Today News dt:- 05.03.2020 PCN365
*ଖବର ଆଜିର* ତାରିଖ ୦୬-୦୩-୨୦୨୧ ଶନିବାର ୧-ମୋଦିଙ୍କୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ: ଖେଲା ହୋବେ, ଦେଖା ହୋବେ, ଜେତା ହୋବେ । ୨-ବନାଗ୍ନି କବଳରେ ଓଡ଼ିଶାର ଅଧା ଜଙ୍ଗଲ । ୩-ନାସା ସାଟେଲାଇଟରୁ ଆସିଲା ଶିମିଳିପାଳରେ ଜଙ୍ଗଲ ଜଳୁଥିବାର ଚିତ୍ର, ବହୁ ସ୍ଥାନରେ ‘ରେଡ ସ୍ପଟ୍’ ୪-୨୦୧୬ ମସିହାର ବିହାରର ଗୋପାଳଗଞ୍ଜ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ୯ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ସ୍ବତନ୍ତ୍ର ଅବକାରୀ କୋର୍ଟ ଏହି ମାମଲାରେ ୪ ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି ଏବଂ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। ୫-ସିବିଏସ୍ଇ ପରୀକ୍ଷା ତାରିଖରେ ପରିବର୍ତନ । ମେ’ ୧୫ରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଶ୍ରେଣୀର ବିଜ୍ଞାନ ବିଷୟ ପରୀକ୍ଷା ମେ’ ୨୧ରେ, ମେ’ ୨୧ରେ ହେବାକୁ ଥିବା ଗଣିତ ବିଷୟ ପରୀକ୍ଷା ଜୁନ୍ ୨କୁ ଘୁଞ୍ଚାଇ ଦିଆଯାଇଛି। ୫--ବିବନ ବଖାଣିଲା ୨୨ ବର୍ଷ ତଳର ଦୁଷ୍କର୍ମ କାହାଣୀ । ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କଲା ସିବିଆଇ । ୬-ମୟୂରଭଞ୍ଜରେ ନାରୀ ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ନଦୀ କୂଳରୁ ମିଳିଲା ମୁର୍ମୂଷ ଝିଅ । ୭-ଦେଶରେ ହେକ୍ଟର ପିଛା ଗହମ ଉତ୍ପାଦନ ହାର ହ୍ରାସ ! ଚାଷୀଙ୍କ ଆୟ ବୃଦ୍ଧି ଲାଗି ସରକାରଙ୍କ ଦାବିକୁ ନେଇ ଚର୍ଚ୍ଚା । ୮-ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର ୮୦୦୦ ଯୁବକ ଯୁବତୀଙ୍କପାଇଁ ଆତ୍ମ ନିଯ...